ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ସେବାମିତ୍ର ସମ୍ମାନ"ରେ ସମ୍ମାନିତ

Apr 5, 2024 - 17:48
 6
ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ "ସେବାମିତ୍ର ସମ୍ମାନ"ରେ ସମ୍ମାନିତ

କୋରାପୁଟ : ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୋରାପୁଟର ଯୁବ ଅଧ୍ୟାପକ ତଥା କବି ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ "ସେବାମିତ୍ର ସମ୍ମାନ"ରେ ସମ୍ମାନିତ କରାଯାଇଅଛି l ବିଭିନ୍ନ ସମୟରେ ସେବାକୁ ନିଜର ରୂଚି ଭାବରେ ଗଢି ତୋଳିଥିବା ତ୍ରିନାଥ ପଟ୍ଟନାୟକ ନିଜ ଅବସର ସମୟରେ ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ଏବଂ ଗରିବଙ୍କୁ ସହାୟତା କରିବା ଏବଂ ବୃକ୍ଷ ଲତା ତଥା ପଶୁପକ୍ଷୀକୁ ଆହାର ଦେବା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ବେଶ୍ ପରିଚିତ ହୋଇପାରିଅଛନ୍ତି l ତ୍ରିନାଥ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଗାନ୍ଧୀ ନଗରର ବାସିନ୍ଦା l ସେ ସ୍ଥାନୀୟ ପାଡ଼ୱା ସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଭାବରେ କାର୍ଯ୍ୟରତ l ଏତତ୍ ବ୍ୟତୀତ ସେ ପିଲାଙ୍କୁ ଟ୍ୟୁସନ୍ ମଧ୍ୟ କରି ଶିକ୍ଷା କ୍ଷେତ୍ରରେ ଭିତ୍ତିପ୍ରସ୍ତର ସ୍ଥାପନ କରିପାରିଅଛନ୍ତି l ତେବେ ଆଜିର କାର୍ଯ୍ୟକ୍ରମରେ ଶ୍ରୀମାନ୍ ତ୍ରିନାଥ ପଟ୍ଟନାୟକଙ୍କୁ କଟକ ଜିଲ୍ଲା ଛତିଆ ମାହାଙ୍ଗା ସ୍ଥିତ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି l ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ମିସ୍ ପ୍ରମିଳା ସିଂହଙ୍କ ସହ ଅନ୍ୟାନ୍ୟ ଅତିଥି ଶ୍ରୀମାନ୍ ତ୍ରିନାଥଙ୍କୁ ଏହି "ସେବାମିତ୍ର ସମ୍ମାନ" ପ୍ରଦାନ କରିବା ସହ ତାଙ୍କ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି l