କାଲିଠୁ ଓଡ଼ିଶାରେ ନର୍ସଙ୍କ ଆନ୍ଦୋଳନ

Jul 17, 2024 - 16:07
 6

ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଓଡ଼ିଶାରେ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ ଅଫିସର। କଟକ ବଡ଼ ଡ଼ାକ୍ତରଖାନାର ହାଉସ୍ ସର୍ଜନ ଓ ନର୍ସଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହି ଆନ୍ଦୋଳନ ଡକରା ଦିଆଯାଉଛି। ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ହାଉସ୍ ସର୍ଜନ ଓ ନର୍ସଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ଏହା ଉଗ୍ର ରୂପ ଧାରଣ କରିଥିଲା।

ଅନ୍ୟ ପକ୍ଷରେ ଆଜି ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ୍ ସର୍ଜନ। ବିବାଦ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ହାଉସ୍ ସର୍ଜନ। କେବଳ ଜରୁରୀ ସେବାକୁ ଆନ୍ଦୋଳନରୁ ବାଦ୍ ଦିଆଯାଇଛି।

 

କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର। ୩ ଦିନ ପ୍ରତିକାତ୍ମକ ଆନ୍ଦୋଳନ ହେବ, ସମାଧାନ ନହେଲେ ଜୁଲାଇ ୨୪ରୁ କାର୍ଯ୍ୟ ବନ୍ଦ କରିବେ ନର୍ସ। ଓଡ଼ିଶା ନର୍ସିଂ ସଂଘର ଏସ୍‌ସିବି ଶାଖା ସମ୍ପାଦିକା ସରୋଜିନୀ ଜେନା ଏହି ସୂଚନା ଦେଇଛନ୍ତି ।