ସୁନାବେଶ ପାଇଁ ପୁରୀର ୩ଟି ସ୍ଥାନରେ ରହିବ ବସ୍
ପୁରୀ: ଆଜି ସୁନାବେଶ ଉପଲକ୍ଷେ ପୁରୀରେ ଜାରି କରାଯାଇଛି ଟ୍ରାଫିକ୍ କଟକଣା। ସୂଚନା ଅନୁଯାୟୀ, ୩ଟି ସ୍ଥାନରେ କରାଯାଇଛି ଅସ୍ଥାୟୀ ବସ୍ ଷ୍ଟାଣ୍ଡ। ମାଳତୀପାଟପୁରରେ ରହିବ ଭୁବନେଶ୍ୱର ବସ୍ । ତାଳବଣିଆରେ ରହିବ ମୋ ବସ୍ ଏବଂ ଓଏସଆରଟିସି ବସ୍। ସେହିପରି ମଙ୍ଗଳାଘାଟ ଛକରେ ରହିବ ବ୍ରହ୍ମଗିରି ବସ୍ ଓ ନାଗପାଟଣାରେ କୋଣାର୍କ ବସ୍ ରହିବା ପାଇଁ ବ୍ୟାବସ୍ଥା କରାଯାଇଛି।