ଭୁବନେଶ୍ବରର କୁକୁଡ଼ା ଦୋକାନୀଙ୍କୁ ନୋଟିସ୍

Aug 31, 2024 - 18:33
 69

ଭୁବନେଶ୍ୱର: ଭୁବନେଶ୍ୱରର କୁକୁଡ଼ା ଦୋକାନୀଙ୍କୁ ନୋଟିସ୍ କଲା ଭୁବନେଶ୍ୱର ମହାନଗର ନିଗମ। ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନକିଣିବାକୁ ଦିଆଯାଇଛି ନିର୍ଦ୍ଦେଶ। କୁକୁଡ଼ା ଅସୁସ୍ଥ ହେଲେ ବା ମଲେ ଜଣାଇବାକୁ ଦିଆଯାଇଛି ପରାମର୍ଶ। କୁକୁଡ଼ା ଦୋକାନ ପରିଦର୍ଶନ କରି ଯାଞ୍ଚ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିଆଯାଇଛି ନିଷ୍ପତ୍ତି। ପରିଦର୍ଶନ ସମୟରେ ସଠିକ୍ ତଥ୍ୟ ଦେବା ପାଇଁ ଦୋକାନୀ ମାନଙ୍କୁ ଅନୁରୋଧ କରାଯାଇଥିବା ସୂଚନା।