ମାଲକାନଗିରିରେ ବୁଡ଼ିଲା ପୋଲ; ଯୋଗାଯୋଗ ବିଛିନ୍ନ

Aug 31, 2024 - 18:34
 6

କାଲିମେଳା: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୁଡ଼ିଲା ପୋଲ। କାଙ୍ଗୁରକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ଦୁଇ ଫୁଟ୍ ପାଣି ଚାଲିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କାଲିମେଳାରୁ ଛତିଶଗଡ଼କୁ ଯୋଗାଯୋଗ ବିଛିନ୍ନ ହୋଇଛି। ମାଲକାନଗିରିରୁ ମୋଟୁ ଓ ପଡ଼ିଆକୁ ଯାତାୟାତ ବନ୍ଦ ହୋଇଛି। ଗତକାଲି ଅପରାହ୍ନରୁ ପ୍ରବଳ ବର୍ଷା ଯୋଗୁଁ ଉପୁଜିଛି ଏଭଳି ପରିସ୍ଥିତି।