ସ୍ବାକ୍ଷର କାର୍ଯ୍ୟକ୍ରମ

Aug 31, 2024 - 18:35
 6

ଭୁବନେଶ୍ୱର: ଆଜି ଭୁବନେଶ୍ୱର କୃଷି ଭବନ ଅଡ଼ିଟୋରିୟମ୍ ଠାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍- ଉଷା ) ବୁଝାମଣା ପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ।ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଣୟନ ହେବା ଦ୍ୱାରା ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କର ଭିତ୍ତିଭୂମି କୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଗୁଣବତ୍ତା ଶିକ୍ଷା ପ୍ରଦାନ କରାଯିବାର ଲକ୍ଷ୍ୟ ରଖା ଯାଇଛି। ଏଥି ସହିତ ଏହି ଯୋଜନାର ପ୍ରଣୟନ ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଇଣ୍ଟର୍ନସିପ୍‌ ମାଧ୍ୟମରେ ଇଣ୍ଡଷ୍ଟ୍ରିଆଲ୍ ଏକ୍ସପୋଜର୍‌ ପ୍ରଦାନ କରାଯିବା ସହିତ ପ୍ଲେସମେଣ୍ଟ ମାଧ୍ୟମରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ଧନ୍ଦାମୂଳକ ଏବଂ ଉଦ୍ୟୋଗଭିତ୍ତିକ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦେବା ସହ ଛାତ୍ରଛାତ୍ରୀ ମାନେ ଯେପରି ରୋଜଗାରକ୍ଷମ ହୋଇପାରିବେ ତାହା ସୁନିଶ୍ଚିତ କରାଯିବ। ଯୋଜନା ମାଧ୍ୟମରେ ଓଡିଶାର ଆସ୍ପିରେସନାଲ୍ ଜିଲ୍ଲା ମାନଙ୍କରେ ଥିବା ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ର ବିକାଶ ପ୍ରତି ବିଶେଷ ଭାବେ ଗୁରୁତ୍ୱ ପ୍ରଦାନ କରାଯିବ।