ବୌଦ୍ଧରେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Feb 29, 2024 - 12:51
 54

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଘରେଲମୁଣ୍ଡା ଅଞ୍ଚଳରୁ ୬୧୭ କେଜି ଗଞ୍ଜେଇ ଜବତ ହୋଇଛି। ପୋଲିସ୍ ଦ୍ଵାରା ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତିନି ଜଣ ବ୍ୟକ୍ତିଙ୍କ ଘରେ ରଖାଯାଇଥିଲା ଗଞ୍ଜେଇ। ତିନି ଜଣ ବ୍ୟକ୍ତି ଫେରାର ହୋଇଯାଇଥିବା ସୂଚନା ମିଳିଛି।