ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

Nov 14, 2023 - 13:04
 9

କଟକ: କଟକ ଜିଲ୍ଲା କାଠଯୋଡ଼ି ବ୍ରିଜ୍ ତଳୁ ନିଖୋଜ ଥିବା ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦଶମ ଶ୍ରେଣୀ ଛାତ୍ର କଲ୍ୟାଣ ନଗର ଅଞ୍ଚଳର। କିଛି ଦିନ ତଳେ ସେ ନିଖୋଜ ହୋଇଯାଇଥିଲେ। ନିଖୋଜ ନେଇ ମଧୁପାଟଣା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।