ସେଞ୍ଚୁରିଆନ୍ ଅଞ୍ଚଳରୁ ବ୍ରାଉନ ସୁଗାର ବେପାରୀ ଗିରଫ

ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ଜଟଣୀ ଥାନା ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ନିକଟ ଖଣ୍ଡୁଆଳ ମନ୍ଦିର ନିକଟରୁ ଜଣେ ବ୍ରାଉନ ସୁଗାର ବେପାରୀ ଗିରଫ ହୋଇଛି |ଉକ୍ତ ପାଉଡର ବେପାରୀ ଜଟଣୀ ଥାନା କୁଦିଆରୀର ଅଶ୍ୱିନୀ ଦାସ |ତା ନିକଟରୁ ୬.୫୦ଗ୍ରାମ ବ୍ରାଉନ ସୁଗାର ଏବଂ ୧୨୫୦ ଟଙ୍କା ଜବତ ହୋଇଛି |ତେବେ ଏହି ବ୍ୟକ୍ତି ଜଣେ ପେସାଦାର ନିଶା ବେପାରୀ |ବିଶେଷ କରି ବିଭିନ୍ନ କଲେଜ ଛାତ୍ର ଛାତ୍ରୀଙ୍କୁ ଟାର୍ଗେଟ କରି ବ୍ରାଉନ ସୁଗାର ବିକ୍ରି କରିଥାଏ |ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ସେଞ୍ଚୁରିଆନ୍ ନିକଟରୁ ଏହି ପାଉଡର ବେପାରୀକୁ ଗିରଫ କରିଛି |ଜଟଣୀ ଥାନା କେସ ନମ୍ବର ୪୧୭ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସୌମ୍ୟକାନ୍ତ ବଳିୟାରସିଂହ ସୂଚନା ଦେଇଛନ୍ତି l