ଧରା ପଡ଼ିଲା ନକଲି ସିମ୍ କାର୍ଡ ଗ୍ୟାଙ୍ଗ
ଭୁବନେଶ୍ୱର: ଧରାପଡ଼ିଲା ଆନ୍ତଃରାଜ୍ୟ ନକଲି ସିମ୍ କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଗ୍ୟାଙ୍ଗ। ପଶ୍ଚିବଙ୍ଗର ମୂର୍ଶିଦାବାଦରୁ ମାଷ୍ଟର ମାଇଣ୍ଡକୁ ଗିରଫ କଲା ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ ର ସଦସ୍ୟ। ଲୋକଙ୍କ କାଗଜପତ୍ର ନେଇ ବ୍ୟାଙ୍କ ଆକାଉଣ୍ଟ ଖୋଲି ଠକେଇ କରିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ଆକାଉଣ୍ଟରେ ଅପରାଧିକ କାରବାର କରୁଥିଲେ।