ହୀରାକୁଦର ୬ଟି ଗେଟ୍ ଖୋଲିଲା
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲିଲା। ଜଳଭଣ୍ଡାରର ବାମ ପଟେ ୪ଟି ଓ ଡାହାଣ ପଟେ ୨ଟି ଗେଟ୍ ଖୋଲିଥିବା ସୂଚନା ମିଳିଛି। ହୀରାକୁଦର ଜଳାଶରଣ କ୍ଷମତା ୬୩୦ ଫୁଟ୍, ଏବେ ଜଳସ୍ତର ରହିଛି ୬୨୯.୨୫ ଫୁଟ୍। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧,୩୨,୫୦୦ ଘନଫୁଟ୍ ଜଳ ପ୍ରବେଶ କରୁଛି।