୨ଟି ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଆହତ

ବାରିପଦା/ରାୟଗଡ଼ା: ବୋଲେରୋ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୟୁରଭଞ୍ଜ ଜିଲ୍ଲା ମଝିଗଡ଼ିଆ ପଂଚାୟତର ପି ଇ ଓ ଦେବଦତ୍ତ ଗିରି। ସେ ସ୍କୁଟି ଚଲାଉଥିଲେ। ସେହିପରି, ରାୟଗଡ଼ା ଗୁମ୍ମା ଘାଟିରେ ଓଲଟିଲା ବକ୍ସାଇଟ୍ ଭର୍ତ୍ତି ଟ୍ରକ୍। ଅଗ୍ନିଶମ ବାହିନୀ ଦ୍ୱାରା ଗାଡ଼ିରୁ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।