ଭଟ୍ଟାରିକା ମନ୍ଦିର ଗର୍ଭଗୃହରେ ବନ୍ୟା ଜଳ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ। ଆଜି ସକାଳୁ ମା ଭଟ୍ଟାରିକାଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ହୀରାକୁଦ ଜଳଭଣ୍ଡାରର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବା ପରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି।