ଓଡ଼ିଶା ଧନୀ କିନ୍ତୁ ଲୋକେ ଗରିବ: ପ୍ରଧାନମନ୍ତ୍ରୀ ମୋଦି

May 6, 2024 - 19:45
 45
ଓଡ଼ିଶା ଧନୀ କିନ୍ତୁ ଲୋକେ ଗରିବ: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲା ବ୍ରହ୍ମପୁରର କନିଷି ନିର୍ବାଚନୀ ସଭାକୁ ସମ୍ବୋଧନ କରି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଧନୀ କିନ୍ତୁ ଲୋକେ ଗରିବ। ଲୋକଙ୍କ ଗରିବୀ ପାଇଁ ଦାୟୀ କିଏ ବୋଲି ସେ ପ୍ରଶ୍ନ କରି କହିଲେ ହିଞ୍ଜିଳିରେ ନାହିଁ ଶୀତଳ ଭଣ୍ଡାର କେନ୍ଦ୍ର ଅର୍ଥ ପଠାଇବା ସତ୍ତ୍ୱେ ବି ଗାଁ ଗୁଡ଼ିକର ନାହିଁ ଭଲ ରାସ୍ତା। ସାଢ଼େ ୩ଲକ୍ଷ କୋଟିରୁ ଅଧିକ ଓଡ଼ିଶାକୁ ଦିଆଯାଇଛି। ସେ କହିଛନ୍ତି ଯେ ୪ ଜୁନ୍‌ରେ ବିଜେଡି ସରକାରର ଏକ୍ସପାରି ଡେଟ୍, ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ଜୁନ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ସାମ୍ନାକୁ ଆସିବ ଓ ୭ ରେ ବିଜେପି ସରକାରର ଶପଥ ଗ୍ରହଣ ହେବ।