ଖୋର୍ଦ୍ଧାରେ ଲାଗୁ ହେଲା ବିଏନ୍ଏସ୍ ୧୬୩
ଖୋର୍ଦ୍ଧା: ଖୋର୍ଦ୍ଧାରେ ଉଠା ଦୋକାନୀ ଉଠିବା ପାଇଁ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ସେକ୍ସନ ୧୬୩ ଲାଗୁ ହୋଇଛି। ଆଲାହାବାଦ ବ୍ୟାଙ୍କ୍ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଏନ୍ଏସ୍ ୧୬୩ ଲାଗୁ କରାଯାଇଛି। ସେହିପରି ପୁରୁଣା ଟ୍ରାଫିକ ଛକ ଠାରୁ ସମବାୟ ବ୍ୟାଙ୍କ୍ ଯାଏଁ ଏହା ଲାଗୁ ହୋଇଛି। ସମବାୟ ବ୍ୟାଙ୍କ୍ ଠାରୁ ନୂଆ ବସ୍ ଷ୍ଟାଣ୍ଡ ଲକ୍ଷ୍ମୀ ବଜାର ଯାଏଁ ମଧ୍ୟ ଲାଗୁ ରହିବ ଏହି କଟକଣା।