ପୋଲିସ୍ କମିଶନରଙ୍କୁ ଭେଟିଲେ ଭୁବନେଶ୍ୱର ୟଙ୍ଗ ଅର୍ବାନ ୱିମେନ୍ ଫୋରମ୍ର ପ୍ରତିନିଧି

ଭୁବନେଶ୍ୱର: ସୁରକ୍ଷିତ ସହର ଓ ଲିଙ୍ଗ ଭିତ୍ତିକ ହିଂସାର ବିଲୋପ ପାଇଁ ୧୬ ଦିବସୀୟ ଲିଙ୍ଗଭିତ୍ତିକ ହିଂସା ବିରୋଧି ଅଭିଯାନ ଅବସରରେ ଭୁବନେଶ୍ୱର ୟଙ୍ଗ ଅର୍ବାନ ୱିମେନ୍ ଫୋରମ୍, ସିସିଡବ୍ଲୁଡି ଓ ଆକ୍ସନ୍ଏଡ୍ ଆସୋସିଏସନ୍ର ମିଳିତ ଆନୁକୁଲ୍ୟରେ ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଦ୍ୱୈତନଗରୀର ପୋଲିସ କମିଶନର ଶ୍ରୀ ସୈାମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଦିପ୍ତୀମୟୀ ମଲ୍ଲିକ, ସ୍ନିଗ୍ଧା ଦାସ, ସରସ୍ୱତୀ ପରିଡା, ଲକି ମହଲା ଓ ସବିତା ରାଉତ ପ୍ରମୁଖ ସାମିଲ ହୋଇଥିଲେ ।