ଓଡ଼ିଶାରେ ନିର୍ମାଣ ହେବ ଶକ୍ତିପୀଠ କରିଡର୍

Apr 8, 2025 - 22:47
 1

ଭୁବନେଶ୍ବର: ଓଡ଼ିଶାର ଶକ୍ତିପୀଠକୁ ନେଇ ନିର୍ମାଣ ହେବ ଶକ୍ତିପୀଠ କରିଡର୍। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାରାତାରିଣୀ, ବିରଜା, ଉଗ୍ରତାରା, ଭଗବତୀ, ମଙ୍ଗଳା, କାଳିଜାଈ ଓ ଭୈରବୀ ପୀଠକୁ ନେଇ ରହିଛି ଯୋଜନା। ଆଗାମୀ ୨ ବର୍ଷ ଭିତରେ ଶକ୍ତିପୀଠ କରିଡର୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭକ୍ତଙ୍କ ସୁବିଧା ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯିବ ବୋଲି ପରିଡ଼ା ସୂଚନା ଦେଇଛନ୍ତି।