ଭିକଟୋରିଆ ୟୁନିଭରର୍ସିଟି ପକ୍ଷରୁ ଡ ନାରାୟଣ ମହାପାତ୍ର 'ସମ୍ମାନ ସୂଚକ ଡକ୍ଟରେଟ ଉପାଧି' ରେ ସମ୍ମାନୀତ

Apr 8, 2025 - 22:48
 3
ଭିକଟୋରିଆ ୟୁନିଭରର୍ସିଟି ପକ୍ଷରୁ ଡ ନାରାୟଣ ମହାପାତ୍ର 'ସମ୍ମାନ ସୂଚକ ଡକ୍ଟରେଟ ଉପାଧି' ରେ ସମ୍ମାନୀତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଭିକଟୋରିଆ ୟୁନିଭରର୍ସିଟି ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ ନାରାୟଣ ମହାପାତ୍ରଙ୍କୁ "ସମ୍ମାନ ସୂଚକ ଡକ୍ଟରେଟ ଉପାଧି" ରେ ସମ୍ଵର୍ଦ୍ଧିତ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ସମାଜରେ ବରିଷ୍ଠ ନାଗରିକଙ୍କ ଓ ଛୋଟ ଅନାଥ ପିଲାମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଏ ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ ଓ ରକ୍ତ ଦାନ ସଂଗ୍ରହ ଶିବିର ମଧ୍ଯ କରାଯାଇଥାଏ। ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ନାରାୟଣ ମହାପାତ୍ରଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନସୂଚକ ଡକ୍ଟରେଟ ଓ ବହୁ ହ୍ୟୁମ୍ୟାନଟେରିଆନ ଉପାଧି ପ୍ରଦାନ କରିଛନ୍ତି । ଆମକୁ ଏହି ଡ଼କ୍ଟରେଟ ସମ୍ମାନ ନିମନ୍ତେ ଉପଯୁକ୍ତ ଭାବି ପ୍ରଦାନ କରିଥିବାରୁ ଡ଼ ମହାପାତ୍ର ଅନୁଷ୍ଠାନର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।