ସମ୍ବଲପୁର ଚିଡ଼ିଆଖାନାରେ ବାଘୁଣୀ ରାନୀର ମୃତ୍ୟୁ
ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାରେ ବାଘୁଣୀ ରାନୀର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ରାନୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗର୍ଭାଶୟରେ ସଂକ୍ରମଣ ଯୋଗୁଁ ଚାଲିଥିଲା ବାଘୁଣୀର ଚିକିତ୍ସା । ୭ ବର୍ଷ ବୟସରେ ଆଖି ବୁଜିଲା ରାନୀ। ଏହି ସୂଚନା ଦେଇଛନ୍ତି ଜିଲ୍ଲା ଜଙ୍ଗଲ ଅଧିକାରୀ ଅନ୍ସୁପ୍ରଜ୍ଞା ଦାସ।