ଗ୍ୟାସ୍ ଟାଙ୍କି ଫାଟି ୪ ଗୁରୁତର
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରର ଏକ ବିବାହ ମଣ୍ଡପରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ହୋଇଛି। ରୋଷେଇ ବେଳେ ଗ୍ୟାସ୍ ପାଇପ୍ ବିସ୍ଫୋରଣ ହେବାରୁ ୪ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଶ୍ରମିକ ବିହାର, ନାଗପୁର ଓ ଉତ୍ତର ପ୍ରଦେଶର। ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାୟପୁର ସ୍ଥାନାନ୍ତର କରଯାଇଛି।