ଓଡ଼ିଶାରେ ୨ ହଜାର ଟପିଲା ଡେଙ୍ଗୁ ରୋଗୀ ସଂଖ୍ୟା

ଭୁବନେଶ୍ୱର : ଓଡ଼ିଶାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦% ଅଧିକ ରହିଛି। ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୧ ହଜାର ୪୪୧ ଥିଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି | ବାଲେଶ୍ୱରରେ ୧୭୯, ପୁରୀରେ ୧୫୦, କଟକରେ ୧୨୫, ଜଗତସିଂହପୁରରେ ୧୦୧ ରୋଗୀ ଚି଼ହ୍ନଟ ହୋଇଛନ୍ତି |