ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ବାଇକ୍ ଆରୋହୀ ମୃତ
ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଚନ୍ଦନାରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି। ମୃତକ ଗୋବରଘଟା ଗାଁର ତ୍ରିଲୋଚନ ମହାନ୍ତି । ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ୍ । ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।