କଟକରେ ଗୁଳିମାଡ଼, ଜଣେ ଗୁରୁତର
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ମହିଧରପୁରରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ କରି ୫ ଜଣ ଦୁର୍ବୃତ୍ତ ଏକ କାର୍ ରେ ଫେରାର ହୋଇଥିବା ସୂଚନା ମିଳିଛି।