ଏପ୍ରିଲ ୧୫ରେ ମାଓବାଦୀଙ୍କ ବନ୍ଦ ଡାକରା

Apr 9, 2024 - 20:09
 9

ଭୁବନେଶ୍ୱର: ଏପ୍ରିଲ ୧୫ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ଭାରତ କି କମ୍ୟୁନିଷ୍ଟ ପାର୍ଟି ମାଓ ସଂଗଠନ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ ୩ ମାସରେ ୫୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏପ୍ରିଲ ୧୩ ରୁ ୧୫ ତାରିଖ ଗାଁ ଗାଁରେ ଜନସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା ଦେଇଛନ୍ତି ମାଓବାଦୀ। ମାଓବାଦୀଙ୍କ ମୃତ୍ୟୁକୁ ବିରୋଧ କରି ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ବନ୍ଦ ଡାକରା ଦିଆଯାଇଛି।