ଟ୍ରକ୍ କୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ; ୪ ଗୁରୁତର

Jun 23, 2024 - 22:25
 8

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ଜାତୀୟ ରାଜପଥ ୧୬ ମିରିଗିମୁଣ୍ଡି ଛକରେ ଟ୍ରକ୍ କୁ ଧକ୍କାଦେଇ ଜଳିଗଲା ଆମ୍ବୁଲାନ୍ସ । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍ କୁ ପଛ ପଟୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ। ଡ୍ରାଇଭରର ସମେତ ଆମ୍ବୁଲାନ୍ସରେ ଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍ତାରୁ ବାଲେଶ୍ଵର ଯାଉଥିଲା ଆମ୍ବୁଲାନ୍ସ।