ବନ୍ୟା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବନ୍ୟା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜଳସମ୍ପଦ ବିଭାଗର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୪ ଘଣ୍ଟିଆ କାମ କରିବ ବନ୍ୟା ନିୟନ୍ତ୍ରଣ କକ୍ଷ । ଆଗକୁ ଆସିବ ବନ୍ୟା ନିୟନ୍ତ୍ରଣ ନୀତି। ସମୀକ୍ଷା ପରେ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ କହିଛନ୍ତି ଯେ ବର୍ଷା ଆସୁଥିବାରୁ ସଜାଗ ରହିବାକୁ ପରାମର୍ଶ ଦେବା ସହ ନଦୀ ବନ୍ଧ ଗୁଡ଼ିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।