ଓଡ଼ିଶାରେ ହ୍ରାସ ପାଉଛି ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାର ବିଭନ୍ନ ଜିଲ୍ଲାରେ ହ୍ରାସ ପାଉଛି ତାପମାତ୍ରା। ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଉତ୍ତର - ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ୩ ଡିଗ୍ରୀ କମିବା ସମ୍ଭାବନା ରହିଛି। ଆଜି ସକାଳୁ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ଘନ କୁହୁଡ଼ିର ଆସ୍ତରଣ।