ଗଭୀର ଅବପାତ ରୂପ ନେଲା ଅବପାତ
ଭୁବନେଶ୍ୱର: ପଶ୍ଚିମ - କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ। ୧୮ କିମି ଦୂରରେ ଉତ୍ତର - ଉତ୍ତରପୂର୍ବ ଦିଗରେ ଗତି କରୁଛି। ବିଶାଖାପାଟଣା ଓ ପାରାଦୀପରୁ ୩୮୦ କିମି ଦୂରରେ ରହିଛି। ଉତ୍ତର - ଉତ୍ତରପୂର୍ବ ଦିଗକୁ ଗତି କରି ଆହୁରି ଘନିଭୂତ ହେବ। ଆସନ୍ତାକାଲି ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ପ୍ରଭାବରେ ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ନଭେମ୍ବର ୨୦ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।