କାରଖାନାରେ ବିସ୍ଫୋରଣ; ଜଣେ ମୃତ, ଦୁଇ ଗୁରୁତର
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଥିବା ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଯାଜପୁରର ଚିନ୍ମୟ ବେହେରା। ଗ୍ୟାସ୍ ପାଇପ୍ ଲିକ୍ ଯୋଗୁଁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।