ଦୀପାବଳୀ ସମୟରେ ସତର୍କତା ପାଇଁ ପରାମର୍ଶ କ’ଣ କରିବା ଉଚିତ୍

Nov 9, 2023 - 13:28
 11
ଦୀପାବଳୀ ସମୟରେ ସତର୍କତା ପାଇଁ ପରାମର୍ଶ କ’ଣ କରିବା ଉଚିତ୍

ଭୁବନେଶ୍ୱର: ଦୀପାବଳୀ ସମୟରେ ସତର୍କତା ପାଇଁ ପରାମର୍ଶ କ’ଣ କରିବା ଉଚିତ୍ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟ । କେବଳ ସରକାରୀ ସ୍ୱୀକୃତିପ୍ରାପ୍ତ ବାଣ ବ୍ୟବସାୟୀଙ୍କଠାରୁ ବାଣ କିଣନ୍ତୁ । ଅଭିଭାବକଙ୍କ ଉପସ୍ଥିତିରେ ଓ ସହାୟତା ସହ ଦୀପାବଳୀ ପାଳନ କରନ୍ତୁ । ସିଧା ସଳଖ ହାତରେ ଅଗ୍ନି ସଂଯୋଗ ନକରି ଫୁଲଝରି ବ୍ୟବହାର କରି ବାଣ ଫୁଟାନ୍ତୁ । ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ ପିଲାମାନଙ୍କ ଉପରେ ଦୃଷ୍ଟି ରଖନ୍ତୁ ଏବଂ ଗୃହପାଳିତ ପଶୁମାନଙ୍କୁ ଦୂରରେ ରଖନ୍ତୁ । ବାଣ ଫୁଟାଇବା ସମୟରେ ପ୍ରାଥମିକ ପର୍ଯ୍ୟାୟରେ ଅଗ୍ନି ଦୁର୍ଘଟଣାକୁ ଏଡାଇବାକୁ ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ । ଖୋଲା ଜାଗାରେ ବାଣ ଫୁଟାନ୍ତୁ । ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । କ’ଣ କରିବା ଅନୁଚିତ୍- ହାତରେ ଧରି ବାଣ ଫୁଟାନ୍ତୁ ନାହିଁ, ତଳେ ରଖି ଫୁଟାନ୍ତୁ ଏବଂ ବାଣ ଫୁଟିବା ସ୍ଥାନଠାରୁ ସୁରକ୍ଷିତ ଦୂରତା ରଖନ୍ତୁ । କୌଣସି ଡବାରେ, ଟିଣ ଇତ୍ୟାଦିରେ ବାଣକୁ ରଖି ଫୁଟାନ୍ତୁ ନାହିଁ । ବାଣ ଫୁଟିଲା ବେଳେ ଡବା ଭାଙ୍ଗି ଲୋକଙ୍କ ଉପରକୁ ଛିଟିକି ପାରେ । ଫୁଟିନଥିବା ବାଣ, ତୃଟିପୂର୍ଣ୍ଣ ବାଣକୁ ଫୁଟାନ୍ତୁ ନାହିଁ ଏବଂ ପାଣିରେ ପକାଇ ଦିଅନ୍ତୁ । ଲୋଭକରି ବାଣକୁ ମରାମତି କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଜନ ଗହଳି ସ୍ଥାନରେ, ଗାଡ଼ି ପାଖରେ ବା ଅବରୋଧ ଥିବା ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ । ବାଣ କୌଣସି ଘରର କବାଟ ଓ ଝରକାକୁ ନିକ୍ଷେପ କରି ଫୁଟାନ୍ତୁ ନାହିଁ ବା ଫିଙ୍ଗନ୍ତୁ ନାହିଁ । ଆବଶ୍ୟକ ସ୍ଥଳେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ୧୧୨ ନମ୍ବର କୁ କଲ୍ କରନ୍ତୁ ।