ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ପହଞ୍ଚିବ ମୌସୁମୀ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ ଛୁଇଁବ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଚଳିତ ବର୍ଷ କେରଳରେ ମୌସୁମୀ ବାୟୁ ମେ ୨୭ରୁ ଜୁନ ୪ ଭିତରେ ପ୍ରବେଶ କରିପାରେ। କେରଳରେ ମୌସୁମୀ ଜୁନ ୧ରୁ ୪ ଭିତରେ ପହଞ୍ଚିଥାଏ। କିନ୍ତୁ ଏହା ପୂର୍ବରୁ ପାଣିପାଗ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୧୯ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି। ସେହିପରି ଜୁନ ୧୫ରେ ଗୁଜୁରାଟ, ମଧ୍ୟ ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଓ ବିହାର ପହଞ୍ଚିପାରେ ବୋଲି ଆକଳନ କରାଯାଇଛି।