ଖଲ୍ଲିକୋଟ ହିଂସା: ୧୪୪ ଲାଗୁ

May 16, 2024 - 23:22
 6

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ହୋଇଥିବା ନିର୍ବାଚନୀ ହିଂସାକୁ ନେଇ ୧୪୪ ଜାରି କଲା ଜିଲ୍ଲା ପ୍ରଶାସନ । ଥାନା ଆଗରେ ଉତ୍ତେଜନା ପରେ ୧୪୪ ଲାଗୁ ହୋଇଛି। ଥାନା ଠାରୁ ଶହେ ମିଟର ପରିଧି ମଧ୍ୟରେ କଟକଣା ଜାରି କରାଯାଇଛି। ପୋଲିସକୁ ବୋତଲ ଓ ପଥର ମାଡ଼ ଯୋଗୁଁ ପୋଲିସ୍ ଗାଡ଼ିର କାଚ ଭାଙ୍ଗିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ୮ ଅଭିଯୁକ୍ତଙ୍କୁ ଥାନାରୁ କୋର୍ଟକୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କଲେ । ଖଲ୍ଲିକୋଟ ହିଂସା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ସହ ଘଟଣାକୁ ନିନ୍ଦା କରିଛନ୍ତି । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ସରଣପୁର ଗାଁରେ ଵିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପ ପାହାଣ ନାମକ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଥିଲେ ବିଜେପି କର୍ମୀ ।