ୱିନର ଆସୋସିଏସନର ପ୍ରତିଷ୍ଠା ଦିବସ ପାଳନ

Jan 9, 2024 - 12:49
 38
ୱିନର ଆସୋସିଏସନର ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର: ୱିନର ଆସୋସିଏସନ ସହିଦନଗର ଭୁବନେଶ୍ବର ପକ୍ଷରୁ ଆଜି ସକାଳୁ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠାନ ର ପଡିଆ ଠାରେ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ୩/୩ ଏକ ଦିବସୀୟ ବାସ୍କେଟବଲ ଚାମ୍ପିଅନସିପ ଅନୁଷ୍ଠିତ କରାଯାଇଥିଲା। ଏହାର ବୟସ ସୀମା ୧୮ ବର୍ଷ ତଳକୁ ରଖା ଯାଇଥିଲା । ସକାଳ ୮ ଘଟିକା ରେ ବାସ୍କେଟବଲ ଚାମ୍ପିଅନସିପ କୁ ଉଦ୍ ଘାଟନ କରାଯାଇଥିଲା ଏହି ଅବସରରେ ଶ୍ରୀ ଅମରେଶ ଜେନା, ରୁଦ୍ର ସାମନ୍ତରାୟ ଉମାନାଥ ମିଶ୍ର ଓ ନାରାୟଣ ମହାପାତ୍ର ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅନୁଷ୍ଠାନ ପରିସରରେ ସ୍କୁଲ ର ଛୋଟ ପିଲା ମାନଙ୍କୁ ମିଠା ଆଉ ଚକୋଲେଟ ବଣ୍ଟାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ କରାଯାଇଥିଲା । ଖେଳ ଗୁଡ଼ିକ ବହୁତ ଭଲ ହୋଇଥିଲା।