ସୁନ୍ଦରଗଡ଼ରେ ରେଞ୍ଜରଙ୍କ ସହ ଫରେଷ୍ଟରଙ୍କୁ ଅଟକ ରଖିଲେ ଗ୍ରାମବାସୀ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବକୁ ନେଇ ବଣାଇ ଅଞ୍ଚଳରେ ଦୁଇ ଜଣ ରେଞ୍ଜରଙ୍କ ସହ ଫରେଷ୍ଟରଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଜାକୋଇକେଲା ନିକଟରେ ରାସ୍ତା ଅବରୋଧ ସହ ଅଟକ ରଖିଥିବା ସୂଚନା ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଭିନ୍ନ ସମୟରେ ହାତୀ ଜନବସତିରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ବାରମ୍ବାର ଅଭିଯୋଗ ସତ୍ବେ ମଧ୍ୟ ହାତୀଙ୍କୁ ଏହି ଅଞ୍ଚଳରୁ ଦୂରେଇ ରଖିବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ।