ଭୁବନେଶ୍ବରରେ ଆୟୋଜିତ ହେବ ମଦର୍ ଟେରେସା ଆୱାର୍ଡ଼ -୨୦୨୫

Mar 16, 2025 - 22:38
 99
ଭୁବନେଶ୍ବରରେ ଆୟୋଜିତ ହେବ ମଦର୍ ଟେରେସା ଆୱାର୍ଡ଼ -୨୦୨୫

ଭୁବନେଶ୍ବର: ମାଆ ଆମ୍ବେ ଏଣ୍ଟର ପ୍ରାଇଜେସ୍ ତରଫରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆଠାରେ ଆସନ୍ତା ଶୁକ୍ରବାର ଦିନ ରାଜ୍ୟସ୍ତରୀୟ ମଦର୍ ଟେରେସା ଆୱାର୍ଡ଼ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଓଡିଶାର ରାଜ୍ୟପାଳ ହରିବାବୁ କମ୍ଭବ୍ ପତି ଉପସ୍ଥିତ ରହି ଓଡିଶାର ୧୬ ଜଣ ବ୍ୟକ୍ତିବିଶେଷଙ୍କୁ ମର୍ଯ୍ୟାଦାଜନକ ମଦର୍ ଟେରେସା ଆୱାର୍ଡ଼ ପ୍ରଦାନ କରିବେ। ସରପଞ୍ଚ, ଶିକ୍ଷକ, କ୍ରୀଡାବିତ୍, ସାହିତ୍ୟିକ ଏବଂ ସମାଜସେବା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତି ମାନଙ୍କର ସଫଳତାର କାହାଣୀକୁ ନେଇ ପୁସ୍ତକ "ଓଡିଶାର ଗୌରବ" ପୁସ୍ତକ ମଧ୍ୟ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚନ କରାଯିବ।ରାଜ୍ୟପାଳଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି , ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ପୁରସ୍କାର ବାବଦରେ ସମସ୍ତଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ସତୁରୀ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ। ଏଥି ସହିତ ଓଡିଶାର ଖ୍ୟାତନାମା ଲେଖିକା ମୋନାଲିସା ମହାପାତ୍ରଙ୍କ ପୁସ୍ତକ ବିଦାୟ ଦଣ୍ଡାବାଳୁଙ୍ଗା ମଧ୍ୟ ଉନ୍ମୋଚିତ କରାଯିବ।