ଓଡ଼ିଶାରେ ତାତିରୁ ନିସ୍ତାର ନାହିଁ

Mar 16, 2025 - 22:39
 10

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା। ମାର୍ଚ୍ଚ ମାସ ଅଧାରୁ ୪୨ ଡିଗ୍ରୀ ଛୁଇଁଲାଣି ରାଜ୍ୟର ଅନେକ ସ୍ଥାନର ତାପମାତ୍ରା। ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ଅନୁଗୁଳ, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ବୌଦ୍ଧ ଜିଲ୍ଲା ପାଲଟିଛି ଭାରତର ସବୁଠୁ ଉତ୍ତପ୍ତ ଜିଲ୍ଲା। ଦୁଇ ଦିନ ହେବ ୪୦ ଡିଗ୍ରୀ ଉପରେ ରହୁଛି ଜିଲ୍ଲାର ତାପମାତ୍ରା। ଏହା ପ୍ରଭାବରେ ବିଭିନ୍ନ ଜଙ୍ଗଲରେ ଲାଗୁଛି ନିଆଁ।