ଭିସୁଟ୍ର ଆସୋସିଏସଟ୍ ପ୍ରଫେସର ନିଲମ୍ବିତ
ସମ୍ବଲପୁର: ସମ୍ୱଲପୁରରେ ଥିବା ବୀର ସୁରେନ୍ଦ୍ର ସାଏ ୟୁନଭରସିଟି ଅଫ୍ ଟେକ୍ନୋଲୋଜି ( ଭିସୁଟ୍ର) ର ଜଣେ ଆସୋସିଏସଟ୍ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି। ହ୍ୟୁମାନିଟିଜ୍ ବିଭାଗର ଆସୋସିଏସଟ୍ ପ୍ରଫେସର ଜୟପ୍ରକାଶ ପରମଗୁରୁ। ନିଲମ୍ବନ ସହ ଆସୋସିଏସଟ୍ ପ୍ରଫେସରଙ୍କ ବିରୋଧରେ ତଦନ୍ତ ହେବ। ନିୟମିତ କ୍ଲାସ୍ ନ ଆସିବା ଓ ନିଶାସକ୍ତ ରହୁଥିବା ଅଭିଯୋଗ ଆସିଥିଲା।