ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର କାର୍ଯ୍ୟକାରୀ ସଭା ଅନୁଷ୍ଠିତ

Nov 26, 2024 - 22:08
 7
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର କାର୍ଯ୍ୟକାରୀ ସଭା ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର କାର୍ଯ୍ୟକାରୀ ସଭା ଅନୁଷ୍ଠିତ ହୋଇଛି। ସାଧାରଣ ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକାରୀ ସଭାରେ ଆସନ୍ତା ୪.୧.୨୦୨୫ ରୁ ୮.୧.୨୦୨୫ ପର୍ଯ୍ୟନ୍ତ ଅଯୋଧ୍ୟା ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ପାଇଁ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୧୫୦ ଜଣ ଜଗନ୍ନାଥ ପ୍ରେମି ଓଡିଶା ରୁ ଯୋଗଦେବେ। କାର୍ଯ୍ୟକାରୀ ବୈଠକ ରେ ଅନୁଷ୍ଠାନ ର ଆୟ ଓ ବ୍ୟୟ ବିଷୟରେ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା । ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ତାର ସପ୍ତମ ବାର୍ଷିକ ପାଳନ ଅବସରରେ ଅଧକ୍ଷ୍ୟ ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ ରାଧା ବଲ୍ଲଭ ମଠ ପୁରୀ କାର୍ଯ୍ୟକାରୀ ଅଧକ୍ଷ ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଜାଗରଣ ସଭା ଫ୍ରେବୃଆରୀ ୮.୨.୨୦୨୫ ରୁ ୧୨.୨.୨୦୨୫ ଆର ସି ଏମ କଲେଜ, ଚକାଡୋଳା ବିହାର ଚନ୍ଦ୍ରଶେଖରପୁର ଭୁବନେଶ୍ୱର ରେ କରିବା ପାଇଁ ସ୍ଥିର କରା ଯିବାକୁ ନିଷ୍ପତି ଗ୍ରହଣ କରାଗଲା। ଏହି କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ କରାଯିବା ସହ ଓଡିଶା ରେ ମହାପ୍ରଭୁ ଙ୍କ ସଂସ୍କୃତି ଆମ ସଂସ୍କୃତି ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ। ପ୍ରତେକ ଜିଲ୍ଲା କିମ୍ବା ଓଡିଶା ର ବିଭିନ୍ନ ସ୍ଥାନ ରେ ଶ୍ରୀଜଗନ୍ନାଥ ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟକ୍ରମ କରୁଥିବା ଅନୁଷ୍ଠାନ କୁ ଏହି ରାଜ୍ୟସ୍ତରୀୟ ବୈଠକ ରେ ସାମିଲ କରାଯିବା ପାଇଁ ଚେଷ୍ଟା କରାଯିବ। ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ବହୁସଂଖ୍ୟା ରେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସହଯୋଗ କରିବା ନିମନ୍ତେ ବିନମ୍ର ଅନୁରୋଧ କରୁଛନ୍ତି ସମିତି ସଦସ୍ୟ। ଆଜିର ବୈଠକ ରେ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ଉପସଭାପତି ବୈକୁଣ୍ଠ ମହାପାତ୍ର, ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର, କୋଷାଧକ୍ଷ ସୁରେଶ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ରାମଚନ୍ଦ୍ର ମିଶ୍ର, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ଅକ୍ଷୟ ସାହୁ, ତନ୍ମୟ କୁମାର ସାହୁ, ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ। ପାଞ୍ଚରାତ୍ର ପ୍ରଚାର ସମିତି ର ସମସ୍ତ ବରିଷ୍ଠ ଶୀର୍ଷ ମଣ୍ଡଳୀ ର କାର୍ଯ୍ୟକର୍ତା ଙ୍କ ମାନଙ୍କ ନେତୃତ୍ୱ ରେ ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ କରାଯିବ। ସାରା ଓଡିଶା ରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଓ ସ୍କନ୍ଦ ପୁରାଣ ର ପ୍ରଚାର ହୋଇପାରିବ ଚେଷ୍ଟା କରାଯିବ। ଶ୍ରୀଜଗନ୍ନାଥ ଙ୍କ ଭଲ ପାଉଥବା ଭକ୍ତ ମାନଙ୍କୁ ମଧ୍ୟ ସାମିଲ କରଯିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା ।