ଆସନ୍ତାକାଲି ପବିତ୍ର ତୁଳସୀ ରଥକୁ ଭୁବନେଶ୍ୱରରେ ସ୍ବାଗତ କରିବ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଥ ତୁଳସୀ ରଥ ଯାତ୍ରା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ରୁ ବାହାରି ବିଭିନ୍ନ ସ୍ଥାନରୁ ତୁଳସୀ ସଂଗ୍ରହ କରି ପୁରୀ ଶ୍ରୀ କ୍ଷେତ୍ର ରେ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗି ହେବ। ଶ୍ରଦ୍ଧେୟ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦ ବର୍ତ୍ତମାନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଥ ବର୍ଷ ତୁଳସୀ ରଥ ପାତଳୀ ଶ୍ରୀକ୍ଷେତ୍ରରୁ ବାହାରି ବିନିକା, ସୋନପୁର, ବୌଦ୍ଧ, ପୁରୁଣାକଟକ, ଦଶପଲ୍ଲା, ନୟାଗଡ, ଭୁବନେଶ୍ବର ଦେଇ ପୁରୀ ଶ୍ରୀକ୍ଷେତ୍ରକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ତୁଳସୀ ଲାଗି ହେବ। ଏହି ପବିତ୍ର ତୁଳସୀ ରଥକୁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆସନ୍ତାକାଲି ଦିନ ୧୦ ଘଟିକାରେ ବ୍ୟାସ କବି ଫକିର ମୋହନ ସେନାପତି ଭବନ ଭୁବନେଶ୍ବର ଠାରେ ପରିଷଦ ପକ୍ଷରୁ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ନେତୃତ୍ଵରେ ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ସ୍ଵାଗତ କରିବେ। ଏଣୁ ସମସ୍ତ ଭକ୍ତବୃନ୍ଦଙ୍କୁ ଆଗ୍ରହ କରୁଛୁ କି ଯେ ନିଜ ଗ୍ରାମ, ପଡା ରେ ଶୁଭ କଳସ ସ୍ଥାପନ କରି ରଥକୁ ସ୍ୱାଗତ କରିବା ସହ ତୁଳସୀ ସେବାରେ ନିଜ ସହ ନିଜ ପରିବାରବୃନ୍ଦଙ୍କୁ ସାମିଲ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶ୍ରିବାଦ ପୂର୍ବକ ବିଭୁ କୃପା ଲାଭ କରିବା ହେବେ ବୋଲି କହିଛନ୍ତି ଡ଼ ନାରାୟଣ ମହାପାତ୍ର, ସେବକ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ବ୍ୟାସ କବି ଫକିର ମୋହନ ଭବନ, ଭୁବନେଶ୍ବର ।