ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଦେହାନ୍ତ

Mar 16, 2025 - 22:43
 4
ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବର ଖାରବେଳନଗର ବାସଭବନରେ ପରଲୋକ ୯୧ ବର୍ଷ ବୟସରେ ରମାକାନ୍ତ ରଥଙ୍କ ପରଲୋକ ଘଟିଛି। ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ପରିଚିତ ଥିଲେ ରମାକାନ୍ତ ରଥ। ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଥିଲେ। ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ମଧ୍ଯ ସମ୍ମାନୀତ ହୋଇଥିଲେ।