ଗ୍ୟାସ ବୋଝେଇ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

Sep 14, 2023 - 14:03
 7
ଗ୍ୟାସ ବୋଝେଇ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

ନୟାଗଡ଼: ନୟାଗଡ଼ ଜିଲ୍ଲା ବୋଲାଗଡ଼ କପାସିଆରେ ରାସ୍ତା କଡ଼ରେ ଥିବା ଏକ ଗ୍ୟାସ ବୋଝେଇ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି। ଭୁବନେଶ୍ୱରରେ ରୋଗୀ ଛାଡ଼ି ଫେରିବାବେଳେ ଘଟିଛି ଦୁର୍ଘଟଣା। ଗୁରୁତରଙ୍କୁ ନୟାଗଡ଼ ମେଡିକାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।