ଆଜି ବଲାଙ୍ଗୀରରେ ସ୍କୁଲ୍ ଛୁଟି
ଭୁବନେଶ୍ୱର: ଆଜି ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ଦୁଇ ଦିନ ଯାଏଁ ଓଡ଼ିଶା ଓ ଛତିଶଗଡ଼ ଦେଇ ଅତିକ୍ରମ କରିବ।