ବାଲେଶ୍ୱରରେ ସିରିଜ ଦୁର୍ଘଟଣାରେ ୧୦ ଆହତ
ବାଲେଶ୍ୱର : ଆଜି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଅଂଚଳରେ ବାଇକ୍-କାର୍-ଅଟୋ ମଧ୍ୟରେ ଧକ୍କା ହୋଇ ୧୦ ଜଣ ଆହତ ହୋଇଛନ୍ତି| ବାଲିଆପାଳ-ବସ୍ତା ରାସ୍ତା ପେଜଗଳା ନିକଟରେ ସିରିଜ ଦୁର୍ଘଟଣାଟି ଘଟିଛି| ଆହତଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା ଓ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।