ଓଡ଼ିଶାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ
ଭୁବନେଶ୍ୱର: ମାଲକାନଗିରିରୁ ସାରା ଓଡିଶାକୁ ଛୁଇଁଛି ମୌସୁମୀ ବାୟୁ। ପାଗ ଅନୁକୂଳ ରହିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇ ୩୦ ଜିଲ୍ଲାରେ ପ୍ରବେଶ କରିଛି। ଏହା ୨୪ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଥିବାବେଳେ ୬ ଜିଲ୍ଲାକୁ ଅଂଶୀକ ପ୍ରବେଶ କରିଛି। ତେଣୁ ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।