ଆଜିଠୁ ଓଡ଼ିଶାରେ କମିବ ବର୍ଷାର ପରିମାଣ

ଭୁବନେଶ୍ୱର : ଆଜିଠୁ ଓଡ଼ିଶାରେ ବର୍ଷାର ବିସ୍ତୃତି ଓ ପରିମାଣ କମିବା ସମ୍ଭାବନା ରହିଛି। ସକ୍ରିୟ ଲଘୁଚାପ କ୍ଷେତ୍ର ଛତିଶଗଡ଼ ମୁହାଁ ହେଉଥିବାରୁ କମିବା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଆଗାମୀ ୪ରୁ ୫ ଦିନ ଯାଏ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ଟ୍ୱିଟ୍ କରି ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର।