ପୁଣି ଅକ୍ଟୋବରରେ ବାତ୍ୟା ଭୟ

Oct 17, 2024 - 21:12
 4

ଭୁବନେଶ୍ୱର: ପୁଣି ଅକ୍ଟୋବର ମାସରେ ବାତ୍ୟା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅକ୍ଟୋବର ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି। ଆସନ୍ତା ୨୧ ରେ ଲଘୁଚାପ ଓ ୨୩ ରେ ଅବପାତ ସମ୍ଭାବନା ରହିଛି। ଏହା ଅତି ଭୀଷଣ ବାତ୍ୟା ରୂପ ନେବା ଆଶଙ୍କା କରାଯାଉଛି। ଓଡ଼ିଶାର ବାଲେଶ୍ବର ଓ ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଏଭଳି ପୂର୍ବାନୁମାନ କରିଛି ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍। ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇନାହିଁ।