ଜୁଲାଇରେ ଭଲ ବର୍ଷା

Jul 2, 2024 - 20:52
 11

ଭୁବନେଶ୍ୱର: ଜୁଲାଇ ମାସରେ ସକ୍ରିୟ ମୌସୁମୀ ଯୋଗୁଁ ଓଡ଼ିଶାରେ ହେବ ଭଲ ବର୍ଷା। ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଚଳିତ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, ଯାଜପୁର, ଦେବଗଡ଼, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ୭୫% ଅଧିକ। ଅନ୍ୟ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଛି।