ଆଜି ପୁରୀ ଶ୍ରୀମନ୍ଦିରରେ ଖଳି ଏକାଦଶୀ ଲାଗି ନୀତି
ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ହେବ ଖଳି ଏକାଦଶୀ ଲାଗି ନୀତି। ଗୀତଗୋବିନ୍ଦ ପାଟ ପରିଧାନ କରିବେ ଦାରୁବ୍ରହ୍ମ। ଶ୍ରୀଅଙ୍ଗରେ ଲାଗି ହେବ ଫୁଲ, ଚନ୍ଦନ ଓ ତୁଳସୀ। ଖଳି ଲାଗି ସମୟରେ ବାଜିବ ଘଣ୍ଟ ଓ କାହାଳୀ। ଦଶମୂଳ ସେବନ ପରେ ସମ୍ପୂର୍ଣ ସୁସ୍ଥ ହେବେ ଠାକୁର।