ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷରେ ସ୍ଥିତି ସମୀକ୍ଷା

Oct 26, 2024 - 19:24
 171
ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷରେ ସ୍ଥିତି ସମୀକ୍ଷା

ଭୁବନେଶ୍ୱର ତା-୨୬. ୧୦. ୨୦. ୨୦୨୪ 
ସମ୍ପ୍ରତି ବାତ୍ୟା 'ଦାନା' ର ପ୍ରଭାବ ତଥା ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ପ୍ରଭାବିତ ବିଭିନ୍ନ ଜିଲ୍ଲାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ସେଚ ସଦନର ବନ୍ୟା ନିୟନ୍ତ୍ରଣ କକ୍ଷରେ ଏକ ସମୀକ୍ଷା ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଏହି ବୈଠକରେ ଜଳ ସମ୍ପଦ ବିଭାଗର ଉଚ୍ଚ ପଦାଧିକାରୀ ଯୋଗ  ଦେଇଥିଲେ ।  
   ଜଳ ସମ୍ପଦ ବିଭାଗର ଜିଲ୍ଲା ସ୍ତରୀୟ ନୋଡାଲ ଅଫିସରମାନେ ପୂର୍ବରୁ  ପ୍ରଭାବିତ ଜିଲ୍ଲା ମାନଙ୍କରେ ମୁତୟନ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି l ପ୍ରଶାସନ ସହିତ ସମନ୍ବୟ ରକ୍ଷା କରି  ସମ୍ଭାବ୍ୟ ବନ୍ୟା  ନିୟନ୍ତ୍ରଣ କାର୍ଯ୍ୟ ପରିଚାଳନା କରାଯିବାକୁ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ପଠାଣି ରାଉତ 
ସୂଚନା ଅଧିକାରୀ