ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ
ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି। ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଛି। ଦୋକାନ ବଜାର ବନ୍ଦ ରହିଛି। ପଶ୍ଚିମ ଓଡ଼ିଶାର ୧୧ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି।